ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ

ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏହି ଟ୍ରେନ୍ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ବଗିକୁ ଛାଡି ସମ୍ବଲପୁର ଗଲା ଟ୍ରେନ୍ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଲାଇନ୍‌ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଲାଇନ୍‌ କ୍ଲିୟର ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ ।

ଅଧିକ ପଢନ୍ତୁ

Odisha Darpan Digital