ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ମନ୍ତ୍ରୀମାନଙ୍କୁ ମାଗିଲେ ପରଫର୍ମାନ୍ସ ରିପୋର୍ଟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ କରିବା ସହ ସବୁ ମନ୍ତ୍ରୀ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ପରଫର୍ମାନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତମାସରେ ୩ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଜୁଲାଇ ୧୫ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜା ଏକ ନୋଟ୍ ସିଟ୍ ଜାରି କରି ବିଭାଗଗୁଡ଼ିକୁ ଅବଗତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ପଦାକୁ ଆସିଛି, ଯାହାକି ଏବେ ପାୱାର କରିଡ଼ରରେ କମ୍ପନ ସୃଷ୍ଟି କରିଛି ।ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ସହ ବିଭାଗଗୁଡ଼ିକ କିଭଳି କାର୍ଯ୍ୟ କରୁଛି ତା’ର ତଥ୍ୟ ମଧ୍ୟ ମାଗିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନାକେବଳ ସରକାରଙ୍କ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବରଂ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାର ପ୍ରାଥମିକତାକୁ ମଧ୍ୟ ସୁନିଶ୍ଚିତ କରାଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ

Odisha Darpan Digital