
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ହାଡିବନ୍ଧୁ ବେହେରା(ଟୁକୁ ସାର) ଗତ ୧୫ ତାରିଖରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଆଜି ତାଙ୍କର ଏକାଦଶାହ ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଉଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶଙ୍କ ଅଧ୍ୟକ୍ଷତା ତଥା ଶିକ୍ଷକ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରି ସ୍ବର୍ଗତ ବେହେରା ଜଣେ ଛାତ୍ରବତ୍ସଳ, ସମୟାନୁବର୍ତ୍ତୀ, ଲୋକପ୍ରିୟ ତଥା ଆଦର୍ଶ ଶିକ୍ଷକ ଥିଲେ ବୋଲି ବର୍ଣ୍ଣନା କରିବା ସହିତ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସ୍ବର୍ଗତ ଶିକ୍ଷକଙ୍କ ନାମରେ ବିଦ୍ୟାଳୟର ଏକ ଶ୍ରେଣୀ କୋଠରୀ ନାମକରଣ କରିବା ସହିତ ତାଙ୍କରି ସ୍ମୃତିରେ ପ୍ରତିବର୍ଷ ଜଣେ ମେଧାବୀ ଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ଶିକ୍ଷକ ସାଗର ନାହାକ, ପ୍ରମିତା ପରିଡ଼ା, ସିଆରସିସି କୈଳାସ ଚନ୍ଦ୍ର ଲେଙ୍କା, ପୂର୍ବତନ ଶିକ୍ଷକ ଦିବାକର ମିଶ୍ର, ଡ. ବାସନ୍ତୀ ବେହେରା, ଲକ୍ଷ୍ମୀଧର ସାହୁଙ୍କ ସମେତ ପରିଚାଳନା କମିଟି ସଭାପତି, ଗ୍ରାମ ସଭାପତି ଏବଂ ଅଭିଭାବକ ମାନେ ଯୋଗଦାନ କରି କରିଥିଲେ।
By:-Laxmidhar Sahoo