ପୁଲିସ-ଉଗ୍ରବାଦୀ ଗୁଳି ବିନିମୟ: ତିନି ଉଗ୍ରବାଦୀ ନିହତ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଘାଘରା ଥାନା ସେହଲ ଲଭଡାଗ ଗାଁରେ ପୁଲିସ ଓ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି) ମଧ୍ୟରେ ଗୁଳି ବିନିମୟ ହୋଇଛି l ପୁଲିସ ଏନକାଉଣ୍ଟରରେ ତିନି ଉଗ୍ରବାଦୀ ନିହତ ହୋଇଛନ୍ତି l ଘାଘରା ଥାନା ସେହଲ ଲଭଡାଗ ଗାଁରେ ନିକଟସ୍ଥ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସମସ୍ତ ତିନି ମାଓବାଦୀଙ୍କ ମୃତଦେହ ସହ ଘଟଣାସ୍ଥଳରୁ ସୁରକ୍ଷାବଳ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛନ୍ତି।ଏହା ପୂର୍ବରୁ ଗତ ସପ୍ତାହରେ ରାଜ୍ୟର ବୋକାରୋ ଜିଲ୍ଲାର ବୀରହରଦେରା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଦୁଇ ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷାବଳ ଗୁରୁତର ଆହତ ହୋଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital