ନୟାଗଡ଼ ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାକୁ ଘଟାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକେରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।ଚାପି ହୋଇ ଯାଇ ୨ ଡ୍ରାଇଭର ମୃତ ହୋଇଥିଲା ଓ ହେଲପର ଜଣକ ଛିଟିକି ପଡ଼ି ପ୍ରାଣ ହରାଇଥିଲେ ।ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଆସନ୍ତାକାଲି ପୋଷ୍ଟମର୍ଟମ ପରେ ମୃତକଙ୍କ ପରିବାରରୁ ଶବ ହସ୍ତାନ୍ତର କରାଯିବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଦୁର୍ଘଟଣାଗ୍ରସ୍ତ ୨ଟି ଟ୍ରକ୍କୁ ଜବତ କରିଛି।
