ପାପୋଛରେ ଜଗନ୍ନାଥଙ୍କ ଚିତ୍ର ! ଏହି ଇ-କମର୍ସ ପ୍ଲାଟଫର୍ମରେ ମିଳୁଛି

ଚାଇନିଜ୍‌ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଗୋଡ଼ ପୋଛା ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର ଥାଇ ମ୍ୟାଟ ବିକ୍ରି କରୁଛି ଏକ ୱେବସାଇଟ । ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି । ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି । ଯାହାର ମୂଲ୍ୟ ୯୪୮ ଟଙ୍କା ରହିଛି । ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀମାନେ କହିଛନ୍ତି, “ମହାପ୍ରଭୁଙ୍କ ଛବିକୁ ଗୋଡ଼ ପୋଛାରେ ବ୍ୟବହାର କରି ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ କରାଯାଇଛି।” ଏହାକୁ ତୁରନ୍ତ ଅନଲାଇନ ପ୍ଲାଟଫର୍ମରୁ ହଟାଇବା ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital