ବୋର୍ଡ ପକ୍ଷରୁ OTET ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଦିଆଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।ଅଗଷ୍ଟ ୨୨ରୁ ୱେବସାଇଟ୍ରେ ପରୀକ୍ଷାର୍ଥୀ ନିଜ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍ ଯୋଗୁ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା।ଗତ ୨୦ ତାରିଖରେ ହେବାର ଥିଲା ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଭାଇରଲ ହେବା ପରେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ପ୍ରଶ୍ନପତ୍ର ଲିକ୍ ର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ।
OTET ପ୍ରଶ୍ନପତ୍ର ଲିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୋହନ ମାଝୀଙ୍କ ସରକାରରେ ଶୁନ୍ୟ ସହନଶୀଳତା ନୀତି ଆପଣା ଯାଇଛି। ଏଥିରେ ଯେଉଁମାନେ ବି ସମ୍ପୃକ୍ତ କାହାରିକୁ ଛଡ଼ାଯିବନି। ଯିଏ ବି କରିଛି ଯେତେ ବଡ଼ ଲୋକ ହେଉ ଥାଉ ନା କାହିଁକି କାହାରିକୁ ଛଡ଼ା ଯିବ ନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ଯିଏ ଦୋଷୀ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।