ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା ଏବଂ ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ପୁଣି ଏକ ଆତ୍ମାହୁତି ଘଟଣା। ବିଲ ମଝିରେ ପେଟ୍ରୋଲ ଢ଼ାଳି ମହିଳା ଓ ପୁରୁଷ ଆତ୍ମାହୁତି ଉଦ୍ୟମ। ସୂଚନା ଅନୁସାରେ ଖିଚିଂ କଲେଜ ସମ୍ମୁଖରେ ଏହି ଜୀବନ ହରିବାକୁ ଉଦ୍ୟମ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହରିବା ଉଦ୍ୟମରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ପୁୁରୁଷ ଜଣଙ୍କ ଏଥିରେ ଗୁରୁତର ହୋଇଛନ୍ତି । ତାଙ୍କ ନାମ ଶୁକ୍ରୁଳି ବୋଲି ଜଣାପଡିଥିବା ବେଳେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମହିଳା ଓ ପୁରୁଷ ଖିଚିଂ ଗାଁର । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ରରୁଆଁ ପୁଲିସର ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ

kc ads