ନୟାଗଡ ଟାଉନ ଥାନା ଅଞ୍ଚଳର ଯୁବତୀଙ୍କ ଜୀବନ ହାରିବା ଉଦ୍ୟମ

ନୟାଗଡ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତୁଳସୀପୁର ଗାଁର ଯୁବକ ମହେଶ୍ୱର ବେହେରା ରାସ୍ତାଘାଟରେ ର୍ଦୁବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ରାସ୍ତାରେ ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରେ ଯୁବକ । କିଛି ଦିନ ପୂର୍ବେ ଯୁବକ ଜଣକ ରାସ୍ତାରେ ଗାଡ଼ି ମଡାଇ ମାରି ଦେବାକୁ ଉଦ୍ୟମ କରିଥିବା ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଘଟଣାକୁ ଗୁରୁତର ସହ ନେଇନଥିବା ଅଭିଯୋଗ ହୋଇଛି ।

ଗତକାଲି କୌଣସି କାରଣରୁ ମହେଶ୍ବର ଯୁବତୀଙ୍କ ପରିବାରକୁ ହତ୍ୟା ଧମକ ଦେବା ପରେ ଯୁବତୀ ଜଣକ ଅତିଷ୍ଠ ହୋଇ ଜୀବନ ହାରିବକୁ ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକ ମହେଶ୍ବର ବେହେରାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଅଧିକ ପଢନ୍ତୁ

Odisha Darpan Digital