ଅଗଷ୍ଟ ୧୫ ଯାଏଁ ଇଗ୍ନୋରେ ନାମଲେଖା ସହ ପୁନଃ ପଞ୍ଜୀକରଣ

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜୁଲାଇ ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ସହ ପୁନଃ ପଞ୍ଜୀକରଣ କରିପାରିବେ ଆଶାୟୀ। ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ । ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍‌ କିମ୍ବା ଆଞ୍ଚଳିକ କେନ୍ଦ୍ରକୁ ଇ-ମେଲ୍‌ରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ ଦାଶ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital