OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ ଜେରା

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି।ବୋର୍ଡ ଉପସଭାପତି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି । ନିହାର ମହାନ୍ତିଙ୍କ ଆଉ ଜଣେ ବ୍ୟକ୍ତିଗତ ମହିଳା ଡାଟା ଏଣ୍ଟ୍ରି ଅପେରେଟରଙ୍କୁ ମଧ୍ୟ ପଚରାଉଚରା ଚଳାଇଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ କିଛି ଶିକ୍ଷକ ଅଛନ୍ତି । ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ BSE ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି କରି ପେନ ଡ୍ରାଇଭରେ ସ୍ଥାନାନ୍ତର କରିଥିଲେ। ଏହାପରେ ରାୟଗଡ଼ା ଜିଲାର ଶିକ୍ଷକ ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଷୋୟୀଙ୍କ ସହ ଅନ୍ୟ ତିନି ଦଲାଲଙ୍କ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଇଥିଲା।

ଅଧିକ ପଢନ୍ତୁ

kc ads