ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି। କଂଗ୍ରେସ ବିଧାୟକ ପ୍ରଦୀପ ଯାଦବ, ୪୩ ବିଧାୟକଙ୍କ ନେଇ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିବା ନେଇ ସମର୍ଥନ ଦେଇଛନ୍ତି । ଏହା ସହ ଇଡିର ପଦକ୍ଷେପ ଉପରେ ମଧ୍ୟ ନଜର ରଖାଯିବ ବୋଲି କହିଛନ୍ତି।ଏହି ନିଷ୍ପତ୍ତି ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ହେମନ୍ତ ସୋରେନ, ଇଡିର ସପ୍ତମ ଥର ସମନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏମିତିକି କୁହାଯାଉଛି ଯେ, ସୋରେନ୍ ଇଡିକୁ ଚିଠି ଲେଖି ଏହି ଯାଞ୍ଚ ଅବୈଧ ବୋଲି କହିଛନ୍ତି ।
ଏଣୁ ଇଡି ତାଙ୍କୁ ପଚରାଉଚରା ନଚେତ ଗିରଫ କରିପାରେ ବୋଲି କୁହାଯାଉଛି। ଏମିତିରେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।