ଏନ୍‌ଆଇଏ ର ଏସ୍‌ପି ଭାବେ ନିଯୁକ୍ତି ପାଇଲେ IPS ସାଗରିକା ନାଥ

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏସ୍‌ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍‌ ସାଗରିକା ନାଥ । ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ସାଗରିକା ନାଥଙ୍କ ‘ଏନ୍‌ଆଇଏ’ରେ ଏସ୍‌ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।ସୂଚନାଯୋଗ୍ୟ ଯେ, ସାଗରିକା ନାଥ ବର୍ତ୍ତମାନ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସପି ଭାବେ କାମ କରି ପ୍ରଶଂସାର ପାତ୍ରୀ ହୋଇଥିଲେ। ୩୭ ବର୍ଷୀୟା ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୁଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟ।

ଅଧିକ ପଢନ୍ତୁ

kc ads