୨୦ ଦିନ ପରେ କ୍ରାଇମବ୍ରାଞ୍ଚର ଆକ୍ସନ । ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାରେ ୨୦ ଦିନ ପରେ ଆକ୍ସନ ନେଇଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଆତ୍ମହୁତି ପଛରେ ଥିବା ମାଷ୍ଟର ମାଇଣ୍ଡ ୨ ଜଣ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଗିରଫଙ୍କ ମଧ୍ୟରେ ଜଣେ ଛାତ୍ର ଓ ଜଣେ ଅଣଛାତ୍ର ରହିଛନ୍ତି। ସେମାନେ ହେଲେ ଛାତ୍ରୀଙ୍କ ଉଦଦ୍ଧାର କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଫଳରେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି।ଛାତ୍ରୀ ଆତ୍ମହୁତି ବେଳେ ମୋବାଇଲ ଭିଡ଼ିଓ କରିବା ସହିତ ଜୀବନ ହାରିବା ଉଦ୍ୟମ ପାଇଁ ସହଯୋଗ କରିଥିଲେ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶୁଭ୍ର ସମ୍ବିତ ନାୟକ ABVP ର ରାଜ୍ୟ ସହ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।
