ବଳଙ୍ଗା ପୀଡ଼ିତାଙ୍କୁ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ

ଶେଷଯାତ୍ରାରେ ବଳଙ୍ଗା ପୀଡ଼ିତା । ଆଜି ନିଜ ଗାଁରେ ହେବ ଶେଷକୃତ୍ୟ । ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଛି । ସ୍ବତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ବରୁ ବଳଙ୍ଗା ନିଆଯାଇଥିଲା । ଆଜି ସକାଳୁ ତାଙ୍କର ଶେଷକୃତ୍ୟ ହେବ ସହ ପୀଡ଼ିତାଙ୍କୁ କବର ଦିଆଯିବ । ତେବେ ଭୁବନେଶ୍ବର ବିମାନ ବନ୍ଦରରେ ବଳଙ୍ଗା ପୀଡ଼ିତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୃତ ପୀଡ଼ିତାଙ୍କ ପିତାଙ୍କୁ ଭେଟିବା ସହ ସନ୍ତ୍ବନା ଦେଇଛନ୍ତି ।

ତାଙ୍କ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲି ବିଧାୟକ ଅଶ୍ରିତ ପଟ୍ଟନାୟକ ଏବଂ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ

Odisha Darpan Digital