FM ଛାତ୍ରୀ ପୋଡ଼ି ଘଟଣାରେ ବଡ଼ ଖୁଲାସା । ନିଜେ ଯାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିଥିଲେ ଛାତ୍ରୀ

ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ , ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ଏକ ସାଇକେଲରେ ଯାଇ ନିକଟ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ଆଣିଥିଲେ ।ପେଟ୍ରୋଲ ବୋତଲ ଥିବା ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ରୁମକୁ ଯାଇଥିଲେ , ଯେଉଁଠି କଲେଜ ଅଧ୍ୟକ୍ଷଙ୍କ ସହ ବିଭାଗର ଏଚଓଡିଙ୍କ ସହ ଅନ୍ୟ ଛାତ୍ରମାନେ ଉପସ୍ଥିତ ଥିଲେ । ସେଠାରୁ ବାହାରକୁ ଆସି କଲେଜ୍ ଗେଟ୍ ପାଖରେ ନିଜେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏବେସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି ପୋଲିସ | ତେବେ ଛାତ୍ରୀ ଆତ୍ମାହୁତି ପଛରେ ମାଷ୍ଟର ମାଇଣ୍ଡ ଦୁଇ ଛାତ୍ର ନେତା । ୨୦ ଦିନ ପରେ ଉଭୟଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ତା ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ ଶୁଭ୍ର ସମ୍ବିତ ନାୟକ।

ଅଧିକ ପଢନ୍ତୁ