ଏସବୁ ଜିଲା ପାଇଁ ନୂଆ ସଭାପତି ଘୋଷଣା କଲା ବିଜେଡି

୪ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଞ୍ଜାମ, କେନ୍ଦ୍ରାପଡା, କଳାହାଣ୍ଡି ଓ କଟକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇଛି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡା, କଟକ ଜିଲା ପାଇଁ ପ୍ରଫୁଲ୍ଲ ସିଂ, କେନ୍ଦ୍ରାପଡ଼ା ଜିଲା ପାଇଁ ଶିବ ପ୍ରସାଦ ଭୋଳ ଏବଂ କଳାହାଣ୍ଡି ଜିଲା ପାଇଁ ପ୍ରଦୀପ ଦିଶାରୀଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି।

ଏହି ନୂଆ ନିଯୁକ୍ତି ସମ୍ପର୍କରେ ଦଳୀୟ ମୁଖପାତ୍ର କହିଛନ୍ତି ଯେ, “ଏହି ନେତାମାନେ ସ୍ଥାନୀୟ ସ୍ତରରେ ସଂଗଠନକୁ ମଜବୁତ କରିବେ ଏବଂ ଆଗାମୀ ଦିନରେ ବିଜେଡିର ଲୋକପ୍ରିୟତାକୁ ପୁନରୁଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ।

ଅଧିକ ପଢନ୍ତୁ