କଟକରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର । ଆଜି ଏହାର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏଠାରେ ପ୍ରଶିକ୍ଷଣ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏକ ସୁନ୍ଦର ତାରକସି ଗ୍ୟାଲେରୀ ରହିବ । ଅନ୍ୟପଟେ ଏହି ଉତ୍କର୍ଷ ତାରକସୀ କେନ୍ଦ୍ର ନିର୍ମାଣ କାମ ଓଡିଶା ପୋଲିସ ହାଉସିଂ କର୍ପୋରେସନ ନେଇଛି ଯାହାକୁ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ତାରକସି ଶିଳ୍ପ ସହ ଜଡ଼ିତ କାରିଗର, ବିଶେଷଜ୍ଞ ଓ ସହରବାସୀ ସ୍ୱାଗତ କରିଛନ୍ତି। ୮ କୋଟି ୮୦ ଲକ୍ଷ ଟଙ୍କାରେ ପ୍ରାୟ ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ଏହାର ନିର୍ମାଣ ହେବ। ଏଠାରେ ପ୍ରାୟ ୫୦୦ କାରିଗରଙ୍କୁ ନିଯୁକ୍ତି ମିଳିବ । ଯନ୍ତ୍ରାଂଶ ପାଇଁ ଆଉ ୫ କୋଟି ଟଙ୍କା ବୟନଶିଳ୍ପ ବିଭାଗ ପ୍ରଦାନ କରିବ। ଏହି ଅବସରରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍, ବିଧାୟକ ପ୍ରକାଶ ସେଠି, ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶି, ଜିଲ୍ଲପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓ ସିଏମସି କମିଶନର ଉପସ୍ଥିତି ଥିଲେ। ଚଳିତ ମାସରୁ ଏହାର ନିର୍ମାଣ ଆରମ୍ଭ ହେବ।
