ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ବ । ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ।ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଜରିମାନା।ଦିନକୁ ୫୦୦ ଟଙ୍କା ଦେବା କୁ ପଡିବ ଜରିମାନା । ଏନେଇ ୫୫ ଦିନର ସମୟ ସୀମା ଦେଲେ ରାଜ୍ୟ ସରକାର ।।ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ କୌଣସି ଭାଷା ବା ଲିପି ବୁଝି ନଥାନ୍ତି ସେମାନଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଅତ୍ୟନ୍ତ ଫଳପ୍ରଦ ହେବ । ଏହି ନିର୍ଦ୍ଦେଶର ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ, ଉପରୋକ୍ତ ଆବଶ୍ୟକତା ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଆଗାମୀ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ। ଏହି ସୁବିଧା SUJOG ପୋର୍ଟାଲ/ Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବ ।ଉପରୋକ୍ତ ନିର୍ଦ୍ଦେଶର କଡ଼ା ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ଏହି କାର୍ଯାଳୟକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି । କୌଣସି ସ୍ପଷ୍ଟୀକରଣ ବା ସହାୟତା ପାଇଁ ଦୟାକରି ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।
