ବାଲେଶ୍ବର ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣା ତଦନ୍ତରୁ ହଟିଲେ ଏସ୍. ସାଇନି । CAW ଆଇଜି ଏସ୍. ସାଇନି ତଦନ୍ତରୁ ଅନ୍ତର ହୋଇଛନ୍ତି । ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ।ସେ କହିଛନ୍ତି, ମୁଁ ତଦନ୍ତର ରିଭ୍ୟୁ କରିବାକୁ ଆସିଛି । ଅଗ୍ରଗତି ନେଇ ଡିଜିଙ୍କୁ ରିପୋର୍ଟ ଦେବି । ଏହା ଏକ ନିରନ୍ତର ପ୍ରକ୍ରିୟା, ପ୍ରତ୍ୟେକ ଦିଗକୁ ବିଚାର କରୁଛୁ । ଆମେ ସତ୍ୟ ଓ ତଥ୍ୟ ବାହାର କରୁଛୁ । ତେବେ ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ଶୁଭ୍ର ସମ୍ବିତ ନାୟକ , ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରି ପଚରା ଉଚରା ଜାରି ରଖିଛି ।
