ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର

ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର । ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ ମାଧୁରୀ । ସୂଚନା ଥାଉକି, ଉଦ୍‌ଘାଟିତ ହୋଇଛି ଜାତୀୟ ହସ୍ତତନ୍ତ ଦିବସ-୨୦୨୫ । ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ସାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ତେବେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ‘ଏକତା’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଓଡ଼ିଶା ହସ୍ତକଳା ଏବଂ ଶାଢୀର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ ମାଧୁରୀ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ବାହାର ରାଜ୍ୟର ବୁଣାକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବୁଣାକାର ମେଳାରେ ସେମାନଙ୍କ ଷ୍ଟଲ୍‌ ଖୋଲିଛନ୍ତି।

ଅଧିକ ପଢନ୍ତୁ