କାମାକ୍ଷାନଗରରେ ଭୟଙ୍କର ବସ୍‌ ଦୁର୍ଘଟଣା: ୨୦ରୁ ଅଧିକ ଯାତ୍ରୀ ଆହତ 

ଢେଙ୍କାନାଳ ଜିଲାର ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ନିକଟରେ ରେଙ୍ଗାଲି ଶାଖା କେନାଲରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ବସଟି ପରଜଙ୍ଗରୁ ଭୁବନେଶ୍ୱର ଯାଉଥିଲା । ରେଙ୍ଗାଳି ଶାଖା କେନାଲକୁ ବସ ଖସି ପଡିଛି l ବସରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୨୦ଜଣ ଗୁରୁତର ହୋଇଛନ୍ତି ।କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅନେକ ଯାତ୍ରୀଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ କେତେକଙ୍କ ଗୋଡ଼, ହାତରେ ଗଭୀର ଆଘାତ ଲାଗିଛି ।ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଅଧିକ ପଢନ୍ତୁ