ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ ବ୍ୟକ୍ତି ନିଜକୁ ୪ ଭିନ୍ନ ମହିଳାଙ୍କ ପରିଚୟ ଦେଇ ୭୩୪ ଥର ଅନ୍ଲାଇନ ଟଙ୍କା ନେଣଦେଣ ମାଧ୍ୟମରେ ବୃଦ୍ଧ ବ୍ୟକ୍ତିଙ୍କୁ ୮.୭ କୋଟି ଟଙ୍କା ଠକିଛନ୍ତି। ସୂଚନାମୁତାବକ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ କରିଥିଲେ | ଶାରଭୀ ନାମକ ଜଣେ ମହିଳାଙ୍କ ସହ ଫେସବୁକରେ ବନ୍ଧୁତ୍ୱ ଆରମ୍ଭ ହେବା ପରେ ସେ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ । ପରେ କବିତା, ଦିନାଜ ଓ ଜାସମିନ ନାମକ ଅନ୍ୟ ମହିଳାମାନେ ମଧ୍ୟ ବିଭିନ୍ନ ଅଜଣା କାରଣରୁ ଟଙ୍କା ମାଗିଥିଲେ । ବୃଦ୍ଧଙ୍କ ସଞ୍ଚୟ ସରିବା ପରେ ସେ ବୋହୂଠାରୁ ୨ ଲକ୍ଷ ଓ ପୁଅଠାରୁ ୫ ଲକ୍ଷ ଟଙ୍କା ମାଗିଥିଲେ । ପୁଅର ସନ୍ଦେହରୁ ଠକେଇ ପ୍ରକାଶ ପାଇଥିଲା । ଏନେଇ ଜୁଲାଇ ୨୨ରେ ସାଇବର ଅପରାଧ ଅଭିଯୋଗ ଦାୟର ହୋଇଛି । ଜଣେ ବ୍ୟକ୍ତି ଦ୍ୱାରା ଏହି ଠକେଇ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣାରେ ଛାନଭିନ୍ ଜାରି ରହିଛି ।
