୨୫ ତାରିଖ ସୁଦ୍ଧା ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଗଠନ ହେବ ଶକ୍ତିଶ୍ରୀ ସଶକ୍ତିକରଣ ସେଲ । ଛାତ୍ରୀ ଓ ମହିଳା ଷ୍ଟାଫ୍‌ଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସକ୍ତିଶ୍ରୀ ସେଲ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୪ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ୱ କରୁଥିବା ଜଣେ ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିନିଧିତ୍ୱ ପାଇଁ UG କିମ୍ବା PG ଶେଷ ବର୍ଷର ଛାତ୍ରୀ ବାଛିବାକୁ କୁହାଯାଇଛି। ୬ ଦିନିଆ ଆତ୍ମରକ୍ଷା ତାଲିମ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସେଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆତ୍ମରକ୍ଷା କୌଶଳ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣକୁ ସୁଦୃଢ଼ କରାଯିବ ।

ଅଧିକ ପଢନ୍ତୁ