ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମକୁ ବଡ଼ ବୟାନ

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା ଦିଲ୍ଲୀରେ ନୁହେଁ, ବରଂ ଓଡ଼ିଶାରେ ହିଁ ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦଙ୍କ ସହ ବୈଠକ ହୋଇଛି । ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ୧୫ କିମ୍ବା ୨୦ ପରେ ନିଗମ , ବୋର୍ଡ ଓ କମିଟି ଘୋଷଣା ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ଭାବେ ତାରିଖ କହିହେବ ନାହିଁ । ତେବେ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଅନେକ ନେତା ଏହି ପଦବୀ ପାଇଁ ଆଶାୟୀ ଥିବା ବେଳେ, ସଙ୍ଗଠନରେ ସ୍ଥାନ ନପାଇବା ନେତାମାନଙ୍କୁ ନିଗମ ଓ ବୋର୍ଡରେ ସ୍ଥାନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ