ଆଜି ଦାୟିତ୍ଵ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶୋଭନା ମହାନ୍ତି। ଯୋଗ ଦେବା ପରେ ସେ କହିଛନ୍ତି, କେହି ଆଇନଠାରୁ ଊଦ୍ଧର୍‌ବରେ ନୁହନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେଲା ଦାୟିତ୍ୱ ନେଇଛି, ସବୁକିଛି ଅନୁଧ୍ୟାନ କରିବି। ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ।ସୂଚନା ଥାଉକି କିଛି ଦିନ ପୂର୍ବେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ ଜାରି ହୋଇଥିଲା। ଏହାସହ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଅଛନ୍ତି ବବିତା ପାତ୍ର। ୩ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ବବିତା ପାତ୍ର ମଧ୍ୟ ଆଜି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଛନ୍ତି।

ଅଧିକ ପଢନ୍ତୁ