କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବ ଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ ।ସୂଚନା ଅନୁସାରେ, ଗତ ରାଖୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ସଂପର୍କୀୟ ପିଉସା ଥଣ୍ଡା ପିଆଇବା ଲାଗି ପାଖ ଦୋକାନକୁ ନେଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ୪ ଯୁବକ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ସଂପର୍କୀୟ ପିଉସା ବି ଦୁଷ୍କର୍ମ କରିଥିଲେ। ଗତକାଲି ରାତି ପ୍ରାୟ ୧୧ଟାରେ ଏନେଇ ରାଜନଗର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ସଂପର୍କୀୟ ପିଉସାଙ୍କ ସମେତ ୫ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ପୁଲିସ।
