ଆସନ୍ତା ସପ୍ତାହ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ପୁରୀରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ଦୁଇ ଜଣ ଅଭିଜ୍ଞ ଅଧିକାରୀ ନିୟୋଜିତ ହୋଇସାରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଉଚ୍ଚ ସ୍ତରୀୟ କମିଟି ବୈଠକ ବସି ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ।ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ଆଧାରରେ ରତ୍ନଭଣ୍ଡାର ଗଣତି ମଣତି ହେବ । ଏଥିସହ ଆସନ୍ତା ୧୯ ତାରିଖରେ ରଥଯାତ୍ରା ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବିଶେଷ କରି ମହାପ୍ରଭୁଙ୍କ ଯାନିଯାତ୍ରା, ପର୍ବପର୍ବାଣୀ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ସେ ନେଇ ସେ ନେଇ ଆଲୋଚନା କରାଯିବ।

ଅଧିକ ପଢନ୍ତୁ