ଉତ୍ତର-ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉପରେ ଦକ୍ଷିଣ ଆଡ଼କୁ ଢଳି ରହିଛି। ଶୁକ୍ରବାର ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଆଜି ବିଶେଷକରି କୋରାପୁଟ, ଗଜପତି, ରାୟଗଡା ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଏହାସହିତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ସଂଲଗ୍ନ ଜିଲ୍ଲା ଗୁଡିକରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।ଆଗକୁ ଆଉ ୨ ଟି ଲଘୁଚାପ ଆସିପାରେ । ଗୋଟିଏ ୧୯ ତାରିଖ ବେଳକୁ ଆସିବାକୁ ଥିବା ବେଳେ ଅନ୍ୟଟି ୨୭ ତାରିଖ ବେଳକୁ ଆସିପାରେ । ତେବେ ଟ୍ରିପଲ ଲଘୁଚାପ ପ୍ରଭାବରେ ରାଜ୍ୟରେ ନିଆଣ୍ଟିଆ ବର୍ଷାର ଭରଣା ହୋଇପାରେ ।
