କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି।ସାପଟି ନାଳ କଡରେ ଥିବା ବେଳେ କିଛି ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ |ଅସ୍ତଯୋଡ଼ି ଗ୍ରାମର ଫକୀର ଦେହୁରୀଙ୍କ ଛେଳିଟିକୁ ଅଜଗର ପାଟିରୁ ବନ କର୍ମଚାରୀ ବାହାର କରିଥିଲେ ହିଁ ଛେଳିଟିର ମୃତ୍ୟୁ ହୋଇଛି। ଅଜଗରକୁ ଟିକାସିଲ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଛାଡ଼ି ଦେଇଛି।
