ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା । ପୁଣି ଜଣେ ବିହାରୀ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଲେ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ସିଂହଦ୍ବାର ପୁଲିସ ଘଟଣାରେ ଅଧିକ ତଦନ୍ତ କରିବା ସହ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି।
