ନବୀନ ନିବାସରେ ବଡ଼ ହଲଚଲ। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କିଛି ମାସ ତଳେ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିଲେ ନବୀନ ।ସେଠାରେ ସୁସ୍ଥ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ତେବେ ଓଡ଼ିଶା ଫେରିବା ପରେ ନବୀନ ନିବାସରେ ବସିଛି ବଡ଼ ବୈଠକ । ଯେଉଁଥିରେ ବିଜେଡି ନେତା ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନଙ୍କ ସହ କିଛି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ତେବେ ଆଗାମୀ ରାଜନୈତିକ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ବିଶେଷ କରି ଉପରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ କିଛି ଆଲୋଚନା ହୋଇଥାଇପାରେ। ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ ।
