ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପାସ ହାର ୫୬.୨୩ ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ପାସ୍ କରିଥିଲେ । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ପର୍ୟ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ଅପରାହ୍ଣ ୨ଟା ପରେ ଅନ୍‌ଲାଇନ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ସେହିପରି ମୋବାଇଲରେ ୦୧୦୨୧୦ ଲେଖି ନିଜ ରୋଲ୍ ନମ୍ବର ଲେଖି ୫୬୭୬୭୩୦କୁ ପଠାଇ ପରିକ୍ଷାର୍ଥୀ ମାନେ ନିଜ ରେଜଲ୍ଟ ଜାଣି ପାରିବେ । ଏହା ଛଡା www.bseodisha.ac.inରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ। ସପ୍ଲିମେଣ୍ଟାରୀ ଓ ଓପନ୍ ସ୍କୁଲ ପରୀକ୍ଷାର୍ଥୀ ମାନେ ଚଳିତ ବର୍ଷ ସାମ୍ସ ୱେବସାଇଟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି।

ଅଧିକ ପଢନ୍ତୁ