ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ । ପୁରୁଷ ଓ ମହିଳାଙ୍କ ପରି ତୃତୀୟ ଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଳନ ଚିଠି ଲେଖିଛନ୍ତି। ସବୁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଫ୍ଲାଇନ୍ ହେଉ ବା ଅନ୍ଲାଇନ୍ ପୁରୁଷ/ମହିଳା/ତୃତୀୟ ଲିଙ୍ଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
