ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଶୁଭାଂଶୁ ଶୁକ୍ଳା

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଆକ୍ସିୟମ-୪ ମହାକାଶ ମିଶନର ପାଇଲଟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମୋଦିଙ୍କୁ ଭେଟିବା ପରେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫକୁ ଦେଇଥିଲେ ଶୁଭାଂଶୁ ।

ପ୍ରଥମେ ମୋଦି ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ସହିତ ତାଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ସିୟମ-୪ ମିଶନ ପ୍ୟାଚ୍ ଦେଇଥିଲେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫ୍ ମଧ୍ୟ ଦେଇଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କ ସାକ୍ଷାତକାରର ପୋଷ୍ଟ ସେୟାର କରି କହିଛନ୍ତି, ‘‘ଶୁଭାଂଶୁ ଶୁକ୍ଳାଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା। ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ। ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ।” 

ଅଧିକ ପଢନ୍ତୁ

Odisha Darpan Digital