ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ଅପହରଣକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ ଥିବା ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଜଳଦସ୍ୟୁମାନେ ଜାହାଜକୁ ଛାଡ଼ି ପଳାୟନ କରିଥିବା ନୌସେନା କହିଛି।ସୂଚନା ଥାଉକି ‘ଏମ୍ଭି ଲିଲା ନୋରଫୋକ୍’ ନାମକ ଲାଇବେରିଆ ପତାକା ଥିବା ଏକ ମାଲବାହୀ ଜାହାଜକୁ ଅପହରଣ କରି ନିଆଯାଇଥିଲା।
ସୋମାଲିଆ ତଟରେ ହୁତି ଜଳଦସ୍ୟୁମାନେ ଏହାକୁ ଅପହରଣ କରି ନେଇଥିବା ସୂଚନା ମିଳିଥିଲା। ଅପହୃତ ମାଲବାହୀ ଜାହାଜଟି ବ୍ରାଜିଲର ‘ପୋର୍ଟ ଡୁଅ ଏକୋ’ ବନ୍ଦରରୁ ବାହାରି ବାହାରିନର ‘ଖଲିଫା ବିନ ସଲମାନ’ ପୋର୍ଟକୁ ଯାଉଥିଲା। ହେଲେ ସୋମିଲିଆ ପୂର୍ବାଞ୍ଚଳରୁ ୩୦୦ ନଟିକାଲ ମାଇଲ୍ସରୁ ଏହାକୁ ଜଳଦସ୍ୟୁମାନେ ଅପହରଣ କରିଥିଲେ।