ସ୍କୁଲ ପିଲାଙ୍କୁ ମିଳିବ ଚାଉଳ ସହ ଟଙ୍କା

ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍‌) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ ଦିନର ଚାଉଳ ସହ ରନ୍ଧା ବାବଦକୁ ଟଙ୍କା ପ୍ରଦାନ କରାଯିବ ।ଏନେଇ ମଧ୍ୟାହ୍ନଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ସବୁ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ। ସେହିପରି ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ଛାତ୍ରୀଛାତ୍ର ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍‌ରେ ପ୍ରଦାନ କରାଯିବ।ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଦୈନିକ ୧୧ଟଙ୍କା ୧୫ ପଇସା ସହ ଶହେ ଗ୍ରାମ ଚାଉଳ ଓ ଷଷ୍ଠରୁ ଦଶମ ଯାଏଁ ପ୍ରତି ପିଲାଙ୍କୁ ଦୈନିକ ୧୪ ଟଙ୍କା ୭୪ ପଇସା ସହ ଏବଂ ଦେଢ଼ ଶହ ଗ୍ରାମ ଲେଖାଏଁ ଚାଉଳ ମଧ୍ୟ ମିଳିବ ।

ଅଧିକ ପଢନ୍ତୁ