ହିଟ୍ ଆଣ୍ଡ ରନ୍ ମାମଲାର ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବସ, ଟ୍ରକ୍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଆନ୍ଦୋଳନରେ ସାମିଲ ହେବେ ।
ଏହା ଦ୍ୱରା ଦୈନିକ ଯାତ୍ରା ଓ ବାଣିଜ୍ୟ ଉପରେ ପ୍ରଭାବ ପଡିବ |ସେପଟେ ମଣ୍ଡିକୁ ଧାନ ଆସିପାରୁନଥିବାରୁ ଚାଷୀ ଚିନ୍ତାରେ ।