ସେପ୍ଟେମ୍ବରରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ତେବେ ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ବ୍ଲଡ୍ ମୁନ୍ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ରେ ହେବାକୁ ଯାଉଛି। ଭାରତୀୟ ସମୟ (IST) ଅନୁଯାୟୀ ଏହା ରାତି ୮:୫୮ରେ ଆରମ୍ଭ ହୋଇ ୮ ସେପ୍ଟେମ୍ବର ସକାଳ ୧:୨୫ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଚନ୍ଦ୍ରଗ୍ରହଣ ରାତି ୧୧:୦୦ରୁ ୧୨:୨୨ ପର୍ଯ୍ୟନ୍ତ ଶୀର୍ଷରେ ରହିବା ନେଇ ସୂଚନା ମିଳିଛି।ତେବେ ଏହି ବ୍ଲଡ଼ ମୁନ୍ ଚନ୍ଦ୍ରଗ୍ରହଣ ଚୀନ୍, ପଶ୍ଚିମ ଅଷ୍ଟ୍ରେଲିଆ, ପୂର୍ବ ଆଫ୍ରିକା, ରୁଷ ଏବଂ ଆରବ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ। ସେହିପରି ଆଲାସ୍କାର ପଶ୍ଚିମ ଅଂଶ, ପଶ୍ଚିମ ୟୁରୋପ ଏବଂ ବ୍ରିଟେନରେ ମଧ୍ୟ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ତେବେ ଭାରତର ଲକ୍ଷ୍ନୌ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଗୋଆ ସମେତ ଅନେକ ସହରରେ ଲୋକମାନେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟ ଦେଖିପାରିବେ। ଯଦି ପାଣିପାଗ ଠିକ ଥାଏ |
