ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଅଧିବେଶନ ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ।ଚଳିତ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା କରୁଥିବା ବେଳେ ସରକାର ବି ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇପାରନ୍ତି ।

ଚଳିତବର୍ଷ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବାର ସମ୍ଭାବନା ରହିଛି । ଯେଉଁଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାକୁ ଯୋଜନା କରାଇଥାଇ ପାରନ୍ତି । ତେବେ ବିଧାନସଭା ମୌସୁମୀ ଅଧିବେଶନ ନେଇ ତାରିଖ ଆସିବାପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏଥର ନାରୀ ନିର୍ୟାତନା, ଛାତ୍ରୀ ଆତ୍ମାହୁତି, ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ସ୍ୱର ଉଠାଇବ ବିଜେଡି । ଗଲା ଦେଢ଼ ବର୍ଷ ଭିତରେ ସରକାର ଯେଉଁ ସବୁ କୃତିତ୍ୱ ଅର୍ଜନ କରିଛନ୍ତି, ସେ ନେଇ ସରକାରଙ୍କ ବିଜେଡି ପ୍ରଶ୍ନ କରିବ ବୋଲି ପ୍ରମିଳା କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital