ଘୋଷଣା ହେବ ଆଉ ୯ ନୂଆ NAC – ନଗର ଉନ୍ନୟନ ମନ୍ତ୍ରୀ

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୧୬ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା। ଅନ୍ୟ ଯେଉଁ ଜିଲାରେ NAC ପାଇଁ ଦାବି ହେଉଛି, ସରକାର ସେନେଇ ବିଚାର କରୁଛନ୍ତି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।ସେ କହିଛନ୍ତି, ସେଠାକାର ଜନସଂଖ୍ୟା ସହ ଯାହା ଯାହା ମାପ କାଠି ରହିଛି ସେହି ଆଧାରରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରାଯିବ । ତା’ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିବା ଦରକାର । ଖାଲି ସବୁ ଛୋଟ ଛୋଟ ସହରକୁ NAC ପାଇଁ ଦାବି କଲେ ହେବ ନାହିଁ । ଏଥିପାଇଁ କିଛି ନିୟମ ଏବଂ ମାପକାଠି ରହିଛି, ସେ ସବୁକୁ ପାଳନ କରିବାକୁ ପଡ଼ିବ ।

ଅଧିକ ପଢନ୍ତୁ