ନବୀନ ନିବାସରେ ବଡ଼ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ ପହଞ୍ଚିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ପ୍ରେମ ପଟ୍ଟନାୟକ। ଡିହାଇଡ୍ରେସନ କାରଣରୁ ରବିରାର ସଂଧ୍ୟା ପ୍ରାୟ ୫ଟା ୧୫ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି । ଶରୀରରେ ଜଳୀୟ ଅଂଶ କମିଯିବାରୁ ନବୀନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ତାଙ୍କ ଅସୁସ୍ଥତା ଖବର ପାଇ ବହୁ ରାଜନୈତିକ ନେତା ଓ ରାଜ୍ୟବାସୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।ଏପଟେ ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, ପ୍ରେମ୍ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ । ତେଣୁ ସାନଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସେ ନବୀନ ନିବାସ ଆସିଛନ୍ତି । ଏହାଛଡ଼ା ରାଜ୍ୟ ରାଜନୀତି ବିଷୟରେ ମଧ୍ୟ ଆଲୋଚନା ହେବ । ଓଡ଼ିଶା ରାଜନୀତି ଏହା ଗୁରୁତ୍ବପୂର୍ଣ୍ଣ ସମୟ ।
