ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ୨ୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧ମ ସମ୍ମିଳନୀ ଦିଲ୍ଲୀରେ ହୋଇଥିଲା, ଦ୍ୱିତୀୟଟି ଓଡିଶାରେ ହେବ ।ଏହି ମେଡିଏସନ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନୁରୋଧ କରିଛୁ । ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ମାନେ ମଧ୍ୟ ଉପସ୍ଥିତ ରହିବେ । ଆଗାମୀ ଦିନରେ ଏହି ସମ୍ମିଳନୀ ବିଭନ୍ନ କେସ୍ରେ ଲିଟିଗେସନ କମାଇବ । ଏହି ଆଲୋଚନା ଦ୍ୱାରା ମେଡିଏସନ ଆକ୍ଟର ସୁଗମତା ହୋଇ ପାରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
