ଶ୍ରୀମନ୍ଦିର ଉପରକୁ ଜଣେ ବ୍ୟକ୍ତିଙ୍କ ଚଢିବା ଉଦ୍ୟମ ପରେ ମନ୍ଦିର ଚତୁର୍ପାଶ୍ୱ ବୁଲି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଏସପି ପିନାକ ମିଶ୍ର । ଅନୁଧ୍ୟାନ ପରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଚିହ୍ନିତ ସ୍ଥାନରେ ଜଗିବେ ସେଣ୍ଟ୍ରିଂ । ବିଭିନ୍ନ ପଏଣ୍ଟ, ଯେଉଁଠାରେ ଭକ୍ତଟିଏ ଚାହିଁଲେ ଚଢ଼ି ଯାଇପାରିବ, ସେଭଳି ସ୍ଥାନରେ ରହିବ କଡା ନଜର । ଆନନ୍ଦ ବଜାରରେ ହେବ ପୋଲିସ କଣ୍ଟ୍ରୋଲ ରୁମ୍ । CCTV FEEDରୁ ଭିତରେ ସୁରକ୍ଷା ନିୟନ୍ତ୍ରଣ କରିବ ପୋଲିସ୍ ।ଏଥିସହିତ ବିଭିନ୍ନ ସ୍ଥାନରେ ଲାଗିବ ସାଇନେଜ୍, ରହିବ ସଚେତନତା ବାର୍ତ୍ତା । ୨ଟି ସ୍ଥାନରେ ଷ୍ଟ୍ରାଟେଜିକ୍ ପୋଲିସ ପୋଷ୍ଟ ରହିବ । କଣ କଣ କରିବାକୁ ବାରଣ ସେନେଇ ସାଇନେଜରେ ରହିବ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ, ରାଜ୍ୟ ସରକାରଙ୍କ ବିଚାରଧୀନ ଅଛି ଶ୍ରୀମନ୍ଦିର ଆଇନ ସଂଶୋଧନ ପ୍ରସ୍ତାବ । ଆଇନ ଲାଗୁ ହେବାପରେ ଡ୍ରୋନ, ଚଷମା ଓ ଅନ୍ୟ ଡିଭାଇସ୍ ନେବା ବା ବ୍ୟବହାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।.
