ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ସଂଘ ଆନ୍ଦୋଳନ ସ୍ଥଗିତ

ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଘଣ୍ଟେ ଦୁଇ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବେ ଡ୍ରାଇଭର । ସ୍ୱାଭାବିକ ହେବ ପରିବହନ ବ୍ୟବସ୍ଥା । ଡ୍ରାଇଭରଙ୍କ ଦାବି ପୂରଣ ନେଇ ପରିବହନ କମିଶନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ। ଫଳରେ ଖୁବଶୀଘ୍ର ପେଟ୍ରୋଲ ଡିଜେଲ ଓ ଏଲପିଜି ପରିବହନ ସ୍ବାଭାବିକ ହେବ।

ଡ୍ରାଇଭରଙ୍କ ପାଇଁ ଗଠିତ ହୋଇଛି ୱେଲଫେୟାର ବୋର୍ଡ।ସେପଟେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବସ୍ ମାଲିକ ସଙ୍ଘର ସମର୍ଥନ ଜଣାଇଥିଲା । ଆନ୍ଦୋଳନ ପ୍ରତି ନୈତିକ ସମର୍ଥନ ଥିବା କହିଥିଲା ବସ୍ ମାଲିକ ସଙ୍ଘ । ଶନିବାର ସଂଧ୍ୟାରେ ବସ୍ ମାଲିକ ସଙ୍ଘ ବସ୍ ଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଥିଲେ ।

ଅଧିକ ପଢନ୍ତୁ