ଶ୍ରୀମନ୍ଦିର ପରିସରରେ ଶିଶୁ ତଥା ମା’ ମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ

ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ।ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି ନିଷ୍ପତି।ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସୂଚନା ଦିଆଯାଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚିସ୍ମିତା ଏବଂ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି । ସ୍ତନ୍ୟପାନ ଗୃହ ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ରହିବେ। ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି ସ୍ଥାନଟି ସ୍ୱଚ୍ଛତା ଏବଂ ମର୍ଯ୍ୟାଦାର ଉଚ୍ଚ ମାନଦଣ୍ଡ ବଜାୟ ରଖିବ। ଯାହା ମା’ ଏବଂ ଶିଶୁ ଉଭୟଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବ।ତୁରନ୍ତ କାର୍ଯ୍ୟକାରୀ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital