୨୫ ଯାଏଁ ଚାଲିବ ଚାଷୀ ପଞ୍ଜୀକରଣ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ RI ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲେ। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଅନେକ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ ନାଁ ପଞ୍ଜିକରଣ କରିନପାରି ବାଦ ପଡୁଥିଲେ। ଯେଉଁଥିପାଇଁ ଧାନର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଉଥିଲା। ଏବେ କିନ୍ତୁ ଯୋଗାଣ ବିଭାଗ ଏହି ନିଜସ୍ବ ଘୋଷଣାନାମା ଜାରି କରିଛି। ଯାହାକୁ ପୂରଣ କରି ଚାଷୀ ସିଧାସଳଖ ପଞ୍ଜୀକରଣ କରିପାରିବେ।
