ସମୁଦ୍ରରେ ଭାସିଗଲେ ହାଇବାଦରୁ ଆସିଥିବା ପର୍ଯ୍ୟଟକ

ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ ଚନ୍ଦେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ସୂଚନା ଅନୁଯାୟୀ ବିକାଶ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଆଜି ଚୈତନ୍ୟ ଛକ ନିକଟ ସମୁଦ୍ରରେ ସ୍ନାନ କରୁଥିବାବେଳେ ଏକ ବଡ଼ ଲହଡ଼ି ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ନିଜ ପୁଅ ଓ ସ୍ତ୍ରୀ ସାମ୍ନାରେ ବିକାଶ ଭାସି ଯାଉଥିବାବେଳେ ପରିବାର ଲୋକେ ଚିତ୍କାର କରିଥିଲେ । ତେବେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ।

ଅଧିକ ପଢନ୍ତୁ