ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍‌-୧

ବର୍ଷ ଆରମ୍ଭରୁ ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ। ଭାରତର ଆଦିତ୍ୟ ଉପଗ୍ରହ ଏଲ୍‌-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ ଏହାର ଚାରିପାଖରେ ଥିବା ସୋଲାର ହେଲୋ ଅର୍ବିଟରେ ଆଦିତ୍ୟ ସ୍ଥାପିତ ହୋଇସାରିଛି ।ଆଦିତ୍ୟ ଏଲ୍‌-୧ର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଖୁସୀ ବ୍ୟକ୍ତ କରିଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି “ ଭାରତ ଆଉ ଏକ କିର୍ତ୍ତିୀମାନ ସ୍ଥାପନ କରିଛି। ଭାରତର ପ୍ରଥମ ସୋଲାର ଅବ୍ଜରବେଟୋରୀ ଆଦିତ୍ୟ ଏଲ୍‌-୧ ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚିଛି। ସବୁଠାରୁ ଜଟିଳ ଓ କଠିନ୍ନ ମହାକାଶ ଅଭିଯାନର ସାକାର ହେବା ଆମ ବୈଜ୍ଞାନିକମାନଙ୍କର ଅବିରତ କଠିନ୍ନ ପରିଶ୍ରମର ପ୍ରମାଣ। ମୁଁ ଏହି ଅସାଧାରଣ ଉପଲବ୍ଧିକୁ ପ୍ରଶଂସା କରିବା ପାଇଁ ଦେଶବାସୀଙ୍କ ସହ ସାମିଲ ହୋଇଛି। ମାନବ ସମାଜର ମଙ୍ଗଳ ପାଇଁ ଆମେ ବିଜ୍ଞାନର ଅନେକ ନୂଆ ନୂଆ ଦିଗକୁ ବଢ଼ାଇ ଜାରି ରଖିବୁ।”

ଅଧିକ ପଢନ୍ତୁ