ସୁମଦ୍ର ପଥରେ ଆହୁରି ସଶକ୍ତ ହୋଇଛି ଭାରତୀୟ ନୌସେନା। ଆଜି ନୌସେନାରେ ସାମିଲ ହୋଇଛି ୨ଟି ନୂଆ ନୀଳଗିରି ଶ୍ରେଣୀର ଯୁଦ୍ଧ ଜାହାଜ ଆଇଏନଏସ୍ ଉଦୟଗିରି ଓ ଆଇଏନଏସ ହିମଗିରି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦୁଇ ଯୁଦ୍ଧ ତଥା ଅତ୍ୟାଧୁନିକ ଜାହାଜକୁ ନୌସେନାରେ ସାମିଲ କରିଛନ୍ତି। ଏହି ଦୁଇ ମେଡ ଇନ ଇଣ୍ଡିଆ ଯୁଦ୍ଧ ଜାହାଜ ପ୍ରକଳ୍ପ ୧୭ ଆଲଫା(ପି-୧୭ଏ)ର ଅଂଶବିଶେଷ।ଚଳିତ ବର୍ଷ ଆରମ୍ଭରେ ଆଇଏନଏସ ନୀଳଗିରିକୁ ନୌସେନାରେ ସାମିଲ କରାଯାଇଥିଲା। ଏବେ ଏହି ଶ୍ରେଣୀ ଅଧୀନରେ ହିମଗିରି ଓ ଉଦୟଗିରିକୁ ସାମିଲ କରାଯାଇଛି। ମେଡ ଇନ ଇଣ୍ଡିଆ ପ୍ରକଳ୍ପରେ ନିର୍ମାଣ ହୋଇଥିବା ହିମଗିରି ଓ ଉଦୟଗିରିରେ ୭୫% ସ୍ୱଦେଶୀ ସରଞ୍ଜାମ ବ୍ୟବହୃତ ହୋଇଛି।ଏହି ଜାହାଜଗୁଡ଼ିକ ହେଲିକପ୍ଟର କାର୍ଯ୍ୟ ପାଇଁ ସି କିଙ୍ଗ୍ ହେଲିକପ୍ଟର ବହନ କରିପାରିବେ, ଯାହା ବୁଡ଼ାଜାହାଜ ଏବଂ ପୃଷ୍ଠ ଜାହାଜକୁ ଖୋଜି ମାରିବାରେ ସକ୍ଷମ। ଏହି ଜାହାଜଗୁଡ଼ିକ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ସହିତ ସଜ୍ଜିତ ହେବ ଯାହା ୨୯୦ କିଲୋମିଟର ଦୂରରୁ ସମୁଦ୍ର ଏବଂ ସ୍ଥଳ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ସକ୍ଷମ। ଏମାନଙ୍କର ଅତି ନିକଟତର ହେଉଥିବା ମିସାଇଲ୍ ଏବଂ ଡ୍ରୋନ୍ ଗୁଳି କରିବାର କ୍ଷମତା ଅଛି। ସୋନାର୍ ସିଷ୍ଟମ ସହିତ ସଜ୍ଜିତ, ଏହି ଯୁଦ୍ଧଜାହାଜଗୁଡ଼ିକ ଗଭୀର ଜଳରେ ବୁଡ଼ାଜାହାଜଗୁଡ଼ିକୁ ଚିହ୍ନଟ କରିପାରିବ। ଆରବ ସାଗରରୁ ଭାରତ ମହାସାଗର ଏବଂ ବଙ୍ଗୋପସାଗର ପର୍ଯ୍ୟନ୍ତ, ସେମାନେ ପାକିସ୍ତାନ ଏବଂ ଚୀନ୍ ଉଭୟର କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ।ଉଭୟ ଉଦୟଗିରି ଓ ହିମଗିରି ଯୁଦ୍ଧ ଜାହାଜର ଡିଜାଇନ ବେଶ ସ୍ୱତନ୍ତ୍ର। ଏଥିରେ ଯୁଦ୍ଧାସ୍ତ୍ର ଖଞ୍ଜିବା ଠାରୁ ଆରମ୍ଭ କରି ସେନସନର ବ୍ୟବସ୍ଥା ରହିଛି।
